ଦୀର୍ଘ ଦିନର ଆଇନଗତ ଲଢ଼େଇ ଓ ଆରୋପ ପ୍ରତ୍ୟାରୋପ ପରେ ଶେଷରେ ଜାମିନ ପାଇଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ତାଙ୍କୁ ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି। ସେ ୨୬ ଦିନ ଧରି ପୁଲିସ୍ ହେପାଜତରେ ରହିବା ପରେ ଜାମିନ ପାଇଛନ୍ତି। ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି। ଅକ୍ଟୋବର ୨ରେ ଏନସିବିର ଗୋଟିଏ ଟିମ ମୁମ୍ବାଇ କ୍ରୁଜ ପାର୍ଟିରେ ରେଡ୍ କରି ଆର୍ଯ୍ୟନଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଥିଲା। ଏହାର ପରଦିନ ଅର୍ଥାତ ଅକ୍ଟୋବର ୩ରେ ୧୧ ଜଣଙ୍କ ମଧ୍ୟରୁ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ଜାମିନ ମିଳିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଆଜି ଜେଲରେ ରାତି କାଟିବେ। ଆସନ୍ତାକାଲି ସକାଳେ ହାଇକୋର୍ଟଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ଅଭିଯୁକ୍ତ ଆର୍ଯ୍ୟନ, ଅର୍ବାଜ ଓ ମୁନମୁନ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି। ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0