spot_img

ଯଦି ସେ ହିନ୍ଦୁ ହୋଇଥାନ୍ତେ ତାହେଲେ ଝିଅ ବାହାଘର କରିନଥାନ୍ତି : ପ୍ରଥମ ପତ୍ନୀଙ୍କ ପିତା

ମୁମ୍ବାଇ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେଙ୍କ ବିରୋଧରେ ଅସୁଲ ଆରୋପ ମଧ୍ୟରେ ଅନେକ ପ୍ରକାର ପ୍ରଶ୍ନ ଉଠାଯାଇଛି। ସମୀରଙ୍କ ପ୍ରଥମ ପତ୍ନୀ ଡାକ୍ତର ଶବାନା କୁରେସିଙ୍କ ପିତା ଡାକ୍ତର ଜାହିଦ କୁରେସି ନିଜ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଆରେଞ୍ଜ ମ୍ୟାରେଜ ଥିଲା। ଜାହିଦ କୁରେସି କହିଛନ୍ତି, ‘ସେତେବେଳେ ସମୀର ୱାନଖେଡେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ଓ ନମାଜ ପଢିବାକୁ ମସଜିଦ ଯାଉଥିଲେ। ଏସବୁ କଥା ସମାଚାରରେ ଆସିବାପରେ ଜଣାପଡିଛି ଯେ ସେ ହିନ୍ଦୁ। ଆମ ଝିଅର ତଲାକ ହେବାପରେ ଆମେ ଆମ ଦୁଃଖ ଭୁଲି ଯାଇଥିଲୁ। କିନ୍ତୁ ମାମଲା ସାମ୍ନାକୁ ଆସିବା ପରେ ଏସବୁ କହିବାକୁ ପଡିଛି।’ ଜାହିଦ କୁରେସିଙ୍କୁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀଙ୍କ ଦାବି ସମ୍ପର୍କରେ ପଚରା ଯିବାରୁ ସେ କିଛି କହିବେନି ବୋଲି କହିଥିଲେ। ତାଙ୍କ ଇଜ୍ଜତ ଉପରକୁ କଥା ଆସିବାରୁ ତାଙ୍କୁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ପଡିଲା। ଝିଅର ତଲାକ ପରେ ସେ ସବୁ କିଛି ଭୁଲି ସାରିଥିଲେ ବୋଲି କହିଛନ୍ତି> ସେ ତାଙ୍କ କୌଣସି ପ୍ରକାର ଆକ୍ସନ ନେବେ ନାହିଁ ବୋଲି ସେ କହିଛନ୍ତି। ସମୀରଙ୍କ ପ୍ରଥମ ପତ୍ନୀଙ୍କ ପିତା ଆଗକୁ କହିଛନ୍ତି ଯେ ସମୀର ବିବାହ ପୂର୍ବର ସାର୍ଟିଫିକେଟ ଦେଖାଉଛନ୍ତି କିନ୍ତୁ ବିବାହ ପରର ସାର୍ଟିଫିକେଟ ଦେଖାଉନାହାନ୍ତି। ସେ କହିଛନ୍ତି ଯେ ତାଙ୍କ ସମୁଦୀ ଦାଉଦ ୱାନଖେଡେ ବୋଲି ସେ ଜାଣିଥିଲେ। ଯେତେବେଳେ ବାହାଘର ହୋଇଥିଲା ସେତେବେଳେ ସେମାନେ ମୁସଲମାନ ଥିଲେ ଓ ସମସ୍ତେ ଏହା ହିଁ ଜାଣିଥିଲେ। ସମୀରଙ୍କ ପରିବାର ମୁସଲମାନ ବୋଲି ସେମାନେ ଜାଣିଥିଲେ। ତାଙ୍କର ପୁରା ପରିବାର ମୁସଲମାନ। ତାଙ୍କର ପୁରା ପରିବାର ମୁସଲମାନ ହୋଇ ତାଙ୍କ ଘରକୁ ଆସିଥିଲେ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular