ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଭାବେ ଶକ୍ତିକାନ୍ତ ଦାସଙ୍କୁ ସରକାର ଆଉ ୩ ବର୍ଷ ପାଇଁ ପୁନଃନିଯୁକ୍ତି ଦେଇଛନ୍ତି। ଆଗାମୀ ଡିସେମ୍ବର ୧୦ ତାରିଖ ଠାରୁ ଏହି ପୁନଃନିଯୁକ୍ତି ଲାଗୁ ହେବ। ଏହି ପଦବୀରେ ସେ ନିର୍ଦ୍ଧାରିତ ସମୟସୀମା କିଂବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ଥିବା ୬୪ ବର୍ଷିୟ ଶକ୍ତିକାନ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କରେ ଆର୍ଥିକ, ଟିକସ, ଶିଳ୍ପ, ଭିତ୍ତିଭୂମି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେଣ୍ଟ୍ ଷ୍ଟିଫେନ୍ କଲେଜ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକତ୍ତୋର ଡିଗ୍ରି ହାସଲ କରିଛନ୍ତି। ଗୁରୁବାର ଦିନ କ୍ୟାବିନେଟ୍ର ‘ଆପଏଣ୍ଟ୍ମେଣ୍ଟ୍ସ୍ କମିଟି’ ଉପରୋକ୍ତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ପୂର୍ବରୁ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାରରର ସଚିବ ଥିବା ଦାସ ୨୦୧୮ ଡିସେମ୍ବର ୧୧ରୁ କେନ୍ଦ୍ରୀୟ ବ୍ୟାଙ୍କ୍ର (ରିଜର୍ଭ ବ୍ୟାଙ୍କ୍) ମୁଖ୍ୟ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ପ୍ରକାଶିତ ବିବୃତିରେ ଉଲ୍ଲେଖ ଅଛି, ୧୦. ୧୨. ୨୦୨୧ ପରଠାରୁ ୩ ବର୍ଷ ସମୟ ଅବଧି କିଂବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଭାବେ ଶକ୍ତିକାନ୍ତ ଦାସଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ୍ର ‘ଆପଏଣ୍ଟ୍ମେଣ୍ଟ୍ସ୍ କମିଟି’ ଅନୁମୋଦନ କରିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0