‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍ର ‘ଲିଓନାର୍ଡୋ ଡା ଭିନ୍ସି’ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ସେ କହିଛନ୍ତି, ରୋମ୍ରେ ମୁଁ ୧୬ଶ ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ଅନ୍ୟାନ୍ୟ ‘ଜି୨୦’ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିବି। ପ୍ରାୟ ୧୨ ବର୍ଷ ପରେ ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରୋମ୍ ଗସ୍ତ। ଆଜି ସେ ଭଟିକାନ୍ ନଗରୀ ଓ ଗ୍ଲାସ୍ଗୋ ଯାଇ ‘ଜି୨୦ ଶିଖର ସମ୍ମିଳନୀ’ ଓ ‘ସିଓପି୨୬’ରେ ଯୋଗ ଦେବେ। ଅପରାହ୍ଣ ୩.୩୦ରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ସନ୍ଧ୍ୟା ପ୍ରାୟ ୫.୩୦ରେ ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବେ। ଦୁଇଦିନିଆ ଇଟାଲି ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦ ଶିଖର ସମ୍ମିଳନୀ’ ବ୍ୟତୀତ ଅନ୍ୟାନ୍ୟ ମିତ୍ର ରାଷ୍ଟ୍ରମାନଙ୍କର ନେତାମାନଙ୍କୁ ଭେଟି ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଇଟାଲି ଗସ୍ତ ସମୟରେ ମୁଁ ଭଟିକାନ୍ ନଗର ଯାଇ ମହାମହିମ ପୋପ୍ ଫ୍ରାନ୍ସିସ୍ ଓ ବୈଦେଶିକ ସଚିବ କାର୍ଡିନାଲ୍ ପିଏଟ୍ରୋ ପେରୋଲିନ୍ଙ୍କୁ ଭେଟିବି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0