spot_img

କଟକରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ, ଅଧିକ ଟେଷ୍ଟିଂ ଉପରେ ଦିଆଯାଇଛି ଗୁରୁତ୍ୱ

କଟକ: କଟକରେ କରୋନା ନେଇ ରାଜ୍ୟ ସରକାରଙ୍କ ସୂଚନା । ଜିଲ୍ଲାରେ ମୋଟ୍ ୨୨୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୧୦୦୦ ଜଣ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି । ଏବେ ସୁଦ୍ଧା କଟକରେ ୩୬ ହଜାର ଟେଷ୍ଟ କରାଯାଇଛି । ଟେଷ୍ଟିଂ ପାଇଁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଅନଲକ ୩.୦ ଘୋଷଣା ହୋଇଥିବାରୁ ସମସ୍ତଙ୍କ ଦାୟିତ୍ୱ ବଢ଼ିଥିବା ବେଳେ ଘରୁ ଯଥାସମ୍ଭବ କମ୍ ବାହାରିବାକୁ ପରାମର୍ଶ ଦିଆଯାଇଛି ।

କଟକରେ ମୋଟ ୧୩ଟି ବ୍ଲକ ଲେଭସ ଟେଷ୍ଟି ହେଉଛି । କଟକ ମ୍ୟୁନିସିପାଲ ଅଞ୍ଚଳରେ ମୋବାଇଲ ସ୍ୱାବ କନେକ୍ସସନ କରାଯାଉଛି । ୧୫ ଟି ରାପିଡ ରେସପନ୍ସ କଟେଲଟର ଟିମ ରହିଛି । ଏପରିକି ପ୍ରାଇଭେଟ ଲାବୋରେଟୋରୀ ଗୁଡ଼ିକରେ ମଧ୍ୟ ସାମ୍ପେଲ ଟେଷ୍ଟ କରାଯିବ । କଟକରେ ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡ଼ିକରେ ୨୧୦୦ଟି ବେଡ଼ ଥିବାବେଳେ ବେଡ ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ କଟକରେ ମୋଟ ୧୫୦ଟି କୋଭିଡ ହସ୍ପିଟାଲ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular