ଟିଏମ୍ସିରେ ମିଶିଲେ ବଲିଉଡ୍ ଅଭିନେତ୍ରୀ ନଫିସା ଅଲ୍ଲୀ। ଦଳର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଗୋଆରେ ଟିଏମସି ରେ ଯୋଗ ଦେଇଛନ୍ତି ନଫିସା। ଶୁକ୍ରବାର ସନ୍ଧ୍ୟାରେ ସେ ସମ୍ପ୍ରଦାୟର ପ୍ରତିନିଧୀଙ୍କ ସହ ଯୋଗାଯୋଗ କରିବେ ବୋଲି ଟିଏମସିର ଜଣେ ବରିଷ୍ଠ ନେତା କହିଛନ୍ତି। ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ନିଜର ପ୍ରଥମ ଗସ୍ତରେ ଗୋଆରେ ପହଞ୍ଚିଥିଲେ। ଏହି ମତଦାନ ପୂର୍ବରୁ ବିଜେପି ଶାସିତ ରାଜ୍ୟରେ ରାଜନୈତିକ ମନୋଭାବ ଜାଣିବା ପାଇଁ ଏକ ପ୍ରୟାସ ବୋଲି ଦର୍ଶାଯାଇଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ଟିଏମସି ଗୋଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0