ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗି ଯାଇଛି ‘ସିଡ୍ନାଜ’ ଯୋଡ଼ି। ସିଡ୍ଙ୍କୁ ଝୁରି ଝୁରି ଖୁବ୍ ଏକାକି ହୋଇଯାଇଛନ୍ତି ଶେହନାଜ ଗିଲ୍। ନିଜ କଥିତ ବୟଫ୍ରେଣ୍ଡଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଶେହନାଜ ପୁଣି ଥରେ କ୍ୟାମେରା ସାମନାକୁ ଫେରି ଆସିଥିଲେ ମଧ୍ୟ ସିଡ୍ଙ୍କୁ ଭୁଲି ପାରୁ ନାହାନ୍ତି। କିଛି ଦିନ ପୂର୍ବେ ‘ହାବିଟ୍’ ନାମକ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା। ଏହା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କର ଶେଷ ପ୍ରୋଜେକ୍ଟ ଥିଲା। ଉଭୟ ଏହି ଗୀତର ଅଧା ଶୁଟିଂ କରିଥିଲେ ଆଉ ଅଧା ଶୁଟିଂ ବାକି ରହିଥିଲା। କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହି ପ୍ରୋଜେକ୍ଟ ଅଧାରେ ହିଁ ରହିଯାଇଥିଲା। ଶେଷରେ, ଏହି ଦୁଇଜଣଙ୍କ ପ୍ରଶଂସକଙ୍କ ଯୋଗୁଁ ଏହି ଗୀତକୁ ରିଲିଜ୍ କରାଗଲା। ଏହି ଅଧୁରା ଗୀତଟିକୁ ଶୁଟିଂ ପଛର କ୍ଲିପ୍ ଜରିଆରେ ସମ୍ପୂର୍ଣ୍ଣ କରାଯାଇଛି। ଗୀତରେ ଶେହନାଜ ଅତ୍ୟନ୍ତ ଭାବୁକ ହୋଇପଡିଥିବା ନଜର ଆସିଛନ୍ତି। ସେପଟେ ହସୁଥିବା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଯାଇଛନ୍ତି। ଏହି ଭିଡିଓକୁ ଫ୍ୟାନ୍ସଙ୍କ ଢେର ସାରା ଭଲ ପାଇବା ମିଳିଥିଲା।
ତେଣୁ ଦେଖିବାକୁ ବାକି ରହିଲା ‘ତୁ ୟହିଁ ହେ’ ଭିଡିଓ କେତେ ଭଲ ପାଇବା ସାଉଣ୍ଟି ପାରୁଛି। ସିଦ୍ଧାର୍ଥଙ୍କ ମୃତ୍ୟୁର ପ୍ରାୟ ୨ ମାସ ପରେ ଶେହନାଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପ୍ରଥମ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଜରିଆରେ ଶେହନାଜ ସିଦ୍ଧାର୍ଥଙ୍କ ଲାଗି ନିଜ ନୂଆ ଗୀତର ଘୋଷଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ‘ତୁ ୟହିଁ ହେ’ ଟାଇଟଲ ବିଶିଷ୍ଟ ପୋଷ୍ଟର ପୋଷ୍ଟ କରି ଶେହନାଜ ଲେଖିଛନ୍ତି, ‘ତୁ ମେରା ହେ’ । ଶେହନାଜଙ୍କ ଏହି ଟ୍ରାକ୍ ଆଜି ରିଲିଜ ହେବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0