ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ର ସୁପରଷ୍ଟାର ରଜନୀକାନ୍ତ। ଗତକାଲି ତାଙ୍କୁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ରୁଟିନ୍ ଚେକଅପ୍ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ନେଇ ଜଣାପଡିଛି। କିଛି ଦିନ ପୂର୍ବରୁ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା। କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ତେବେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍ ଦୀର୍ଘ ବର୍ଷ ହେଲାଣି ରହିଛି। ତାଙ୍କ ଫ୍ୟାନ୍ମାନେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି। ସେ ରୁଟିନ ଚେକ୍ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ସୂଚନା ମିଳିବାପରେ ତାଙ୍କର ଫ୍ଯାନ୍ସ ମାନେ ଦୀର୍ଘ ନିଶ୍ବାସ ନେଇଛନ୍ତି। ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ନିୟମିତ ଭାବେ ତାଙ୍କର ରୁଟିନ ଚେକଅପ୍ କରାଯାଇଥାଏ। ସେ ବର୍ତ୍ତମାନ ଚେକଅପ ପାଇଁ ଗୋଟିଏ ଘରୋଇ ହସ୍ପିଟାଲରେ ରହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0