ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବା ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାପରେ କୋର୍ଟ ଆଜି ପାଞ୍ଚଟି ପୃଷ୍ଠାର ବେଲ ଅର୍ଡର ବି ଜାରି କରିଛନ୍ତି। ଆରୟନ,ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଜାମିନ ମିଳିଛି। ଆଶା କରାଯାଉଛି କି ଆଜି ସନ୍ଧ୍ୟା ସୁଦ୍ଧା ଆରୟନ ଜେଲରୁ ବାହାରି ଆସିବେ। ପ୍ରତି ଶୁକ୍ରବାର ୧୧ରୁ ୨ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବେ। ଏନସିବି ଯେତେବେଳେ ବି ଡାକିବ କାର୍ଯ୍ୟାଳୟକୁ ଯିବାକୁ ହେବ। ପାସପୋର୍ଟକୁ ସ୍ପେଶାଲ ଏନଡିପିଏସ କୋର୍ଟରେ ଦାଖଲ କରିବାକୁ ହେବ। ଏଥିମଧ୍ୟରୁ କୌଣସି ସର୍ତ୍ତର ଅବମାନନା ହେଲେ ଏନସିବି ସିଧାସଳଖ ଏନଡିପିଏସ କୋର୍ଟରେ ଜାମିନ ରଦ୍ଦ କରିବା ପାଇଁ ଆବେଦନ କରି ପାରିବ। ଆରୟନ ତଥା ଅନ୍ୟ ଦୁଇଜଣ ଅଭିଯୁକ୍ତ ଏହି ଅପରାଧରେ ପୁଣିଥରେ ସାମିଲ ହେବେ ନାହିଁ। ସହ -ଅଭିଯୁକ୍ତଙ୍କ ସହ ସମ୍ପର୍କ ରଖି ପାରିବେ ନାହିଁ। ଅଦାଲତଙ୍କ ଅନୁମତି ବିନା ଦେଶ ଛାଡ଼ି ପାରିବେ ନାହିଁ। ସୋସିଆଲ ମିଡିଆ ସମେତ ଗଣମାଧ୍ୟମକୁ କୋର୍ଟରେ ଚାଲିଥିବା ପ୍ରକ୍ରିୟା ସମ୍ବନ୍ଧରେ କୌଣସି ବିବୃତି ଦେଇପାରିବେ ନାହିଁ । ଯାଞ୍ଚ ଅଧିକାରୀଙ୍କୁ ନଜଣାଇ ମୁମ୍ବାଇ ଛାଡ଼ି ପାରିବେ ନାହିଁ। ବେଲ ଅର୍ଡର ଜାରି ହେବା କ୍ଷଣି ଶାହାରୁଖ ଖାନ ମନ୍ନତ ଘରୁ ବାହାରି ଆସିଛନ୍ତି। ଆରୟନଙ୍କୁ କିଛି ସର୍ତ୍ତ ସହିତ ଏହି ଜାମିନ ପ୍ରଦାନ କରାଯାଇଛି। ତେବେ ଜେଲରୁ ବାହାରକୁ ଆସିବା ପରେ ଆରୟନ କେଉଁକେଉଁ ସର୍ତ୍ତ ପାଳନ କରିବେ ଜାଣନ୍ତୁ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0