ଚାଷୀଙ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶର ପିଲିଭିଟର ବିଜେପି ସାଂସଦ ବରୁଣ ଗାନ୍ଧୀ ଲଗାତାର କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା ଦେଖିବାକୁ ମିଳୁଛି। ଶୁକ୍ରବାର ସେ ନିଜର ଟ୍ବିଟର ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଯେପର୍ଯ୍ୟନ୍ତ ଏମଏସପିକୁ ନେଇ ବୈଧାନିକ ଗ୍ୟାରେଣ୍ଟି ନହେବ ସେପର୍ଯ୍ୟନ୍ତ ମଣ୍ଡିରେ କୃଷକଙ୍କ ଶୋଷଣ ହେଉଥିବ। ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ।’ ଭିଡିଓ ମାଧ୍ୟମରେ ବରୁଣ କହିଛନ୍ତି, ‘ପିଲିଭିଟ ସମେତ ୧୭ ଜିଲ୍ଳାର କୃଷକ ନିଜର ଧାନ ଫସଲ ନିଆଁ ଲଗାଇ ନଷ୍ଟ କରିଦେଉଛନ୍ତି।ଏହା ପୂରା ଉତ୍ତରପ୍ରଦେଶର ପାଇଁ ଲଜ୍ଜାର ବିଷୟ।’ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରି ବିଜେପି ସାଂସଦ କହିଛନ୍ତି, ‘ଆପଣମାନେ ସବୁ କଥାରେ ବାହାନା ଖୋଜୁଛନ୍ତି। ବିଭିନ୍ନ ପ୍ରକାର ବାହାନା କରି ଫସଲକୁ ରିଜେକ୍ଟ କରୁଛନ୍ତି। ଏହା ବ୍ୟତୀତ ବରୁଣ ଗାନ୍ଧୀ କର୍ମଚାରୀମାନଙ୍କୁ ତାଗିଦ କରିଛନ୍ତି , ପ୍ରତି କ୍ରୟ କେନ୍ଦ୍ରରେ ଜଣେ ଲେଖାଏଁ ପ୍ରତିନିଧି ରଖିବି । ଯଦି କର୍ମଚାରୀମାନେ କୃଷକଙ୍କୁ ଠକିବେ ତେବେ ସରକାରଙ୍କ ପାଖରେ ହାତ- ଗୋଠ ଯୋଡ଼ିବିନି ସିଧା କୋର୍ଟ ଯିବି । ଏହା ସହ ସମସ୍ତଙ୍କୁ ଗିରଫ କରାଇବି ବୋଲି ସେ କହିଛନ୍ତି। ଏହା ପୂର୍ବରୁ କୃଷକଙ୍କ ସମର୍ଥରେ ସରକାରଙ୍କୁ ଟାର୍ଗେଟ କରି ବରୁଣ ଗାନ୍ଧୀ ପ୍ରତିକ୍ରିୟା ଦେଇଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0