ଆଜି ସକାଳେ ଆମ ଆଦମୀ ପାର୍ଟି ର ରାଜ୍ୟ ମୁଖ୍ୟ ତଥା ରାଜ୍ୟ ସଭା ସାଂସଦ ପୁରୀ ଆସିଥିବା ବେଳେ ,ଆମ ଆଦମୀ ପାର୍ଟି ର ପତାକା ମାନ ଲାଗିଥିଲା ।କିନ୍ତୁ ଆଜି କିଛି ମୁନିସିପାଲିଟି କର୍ମଚାରୀ ମାନେ ଆସି ପତାକା କୁ କାଢି ନେଇଥିଲେ ।ଯାହାକୁ ନେଇ ଉତ୍ତେଜନା ଶ୍ରୁଷ୍ଟି ହୋଇଥିଲା ।ଆପ ର କର୍ମକର୍ତା ମାନେ ଏନେଇ ମୁନିସିପାଲି ଟି enforcement ର ଡ୍ରାଇଭର ସହ ସମ୍ପୃକ୍ତ ଅଧିକାରୀ ଙ୍କୁ ଘେରିଥିଲେ ।ପାର୍ଟି ର କାର୍ଯ୍ୟକ୍ରମ ଥିବା ବେଳେ ପତାକା କାଢ଼ିନେବାକୁ ନେଇ ତାତିଥିଲେ ଆପ କର୍ମକର୍ତା ଓ ସାମାଜିକ କର୍ମୀ ।ଦୀର୍ଘ ସମୟ ଧରି ଅପ୍ରୀତିକର ପରିସ୍ଥିତି ଶ୍ରୁଷ୍ଟି ହୋଇଥିଲା ।ଏବଂ ଆପ ର କର୍ମକର୍ତା ମାନେ ମୁନିସିପାଲିଟି ବିରୋଧରେ ସ୍ଲୋଗାନ ଦେବା ସହ ମୁନିସିପାଲିଟି ଅନ୍ୟ ଦଳୀୟ ଲୋକଙ୍କ ଅଧୀନରେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ ।ଏବଂ ଗାଡି ଡ୍ରାଇଭର କୁ ପତାକା କାଢ଼ିବାକୁ କିଏ ଅନୁମତି ଦେଲା ବୋଲି ଅଭିଯୋଗ କରିଥିଲେ ।ଏଥି ସହ ଅନ୍ୟ ଦଳୀୟ ପତାକା ଗତ 5 ଦିନ ଧରି ଲାଗିଥିବା ବେଳେ ଆପ ର ପତାକା କାଢ଼ିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା ଆପ ।ଏବଂ ସମ୍ପୃକ୍ତ ଡ୍ରାଇଭର ର ଲାଇସେନ୍ସ କୁ ଡୁପ୍ଲିକେଟ ବୋଲି ମଧ୍ୟ କହିଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0