spot_img

ଅନେକ କାମ ପାଇଁ ବି ବ୍ୟବହାର ହୋଇପାରିବ ରାସନ କାର୍ଡ

ଆପଣ ରାସନ ଦୋକାନରୁ ଯାଇ ଏକ ରାସନ କାର୍ଡ ଦେଖାଇବାକୁ ପଡେ | ଏହା ପରେ ହିଁ ଆପଣଙ୍କୁ କମ ମୂଲ୍ୟରେ ଚାଉଳ/ଗହମ ମିଳିପାରିଥାଏ | ତେବେ ଆପଣ ଜାଣିଛନ୍ତି କି କେବଳ ଚାଉଳ/ଗହମ ଆଣିବା ପାଇଁ ନୁହେଁ, ବରଂ ରାସନ କାର୍ଡ ଅନ୍ୟ ଦଲିଲ ପ୍ରସ୍ତୁତ ପାଇଁ ମଧ୍ୟ ବ୍ୟବହାର ହୋଇଥାଏ | ରାସନ କାର୍ଡ ହେଉଛି ଏକ ସରକାରୀ ଦଲିଲ | ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ ହେବା ପରେ ରାସନ କାର୍ଡ ଅଧିକ ଲୋକପ୍ରିୟ ହୋଇପାରିଛି। ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (ପିଡିଏସ୍) ଅଧୀନରେ ରାସନ କାର୍ଡ ସାହାଯ୍ୟରେ ଆପଣ ଗହମ, ଚାଉଳ ଇତ୍ୟାଦିକୁ ରାସନ ଦୋକାନରୁ ବଜାର ମୂଲ୍ୟରୁ ଅତି କମ୍ ମୂଲ୍ୟରେ କିଣିପାରିବେ | ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ, ରାସନ କାର୍ଡଧାରୀମାନେ ଦୀପାବଳି ପର୍ଯ୍ୟନ୍ତ ରାସନ କାର୍ଡରେ ଉପଲବ୍ଧ କୋଟା ବ୍ୟତୀତ ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ (ଚାଉଳ / ଗହମ) ପାଇପାରିବେ | ରାସନ କାର୍ଡ କେବଳ ରାସନ ନେବା ପାଇଁ ନୁହେଁ ବରଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଉପଯୋଗୀ | ଏହାକୁ ଆଇଡି ପ୍ରୁଫ୍ କିମ୍ବା ଠିକଣା ପରିଚୟପତ୍ର ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ | ରେସନ କାର୍ଡ ନାଗରିକର ଆର୍ଥିକ ସ୍ଥିତିକୁ ମଧ୍ୟ ଦର୍ଶାଏ | ଆସନ୍ତୁ ଜାଣିବା ରାସନ କାର୍ଡ ଆଉ କଣ ପାଇଁ ବ୍ୟବହାର କରାଯାଇପାରିବ |

୨.ବିଦ୍ୟାଳୟ-କଲେଜରେ ନାମ ଲେଖାଇବା ପାଇଁ
୩.ଏଲପିଜି ସଂଯୋଗ ନେବାରେ
୪.ଡ୍ରାଇଭିଂ ଲାଇସେନ୍ସ ପାଇବାରେ
୫.ଆବାସିକ ପ୍ରମାଣପତ୍ର, ଭୋଟର ପରିଚୟପତ୍ର କରିବା ପାଇଁ
୬.ସିମ୍ କାର୍ଡ କିଣିବା ସହ ପାସପୋର୍ଟ ପାଇବା ପାଇଁ
୭.ଲ୍ୟାଣ୍ଡଲାଇନ୍ ସଂଯୋଗ / ବ୍ରଡ଼ବ୍ୟାଣ୍ଡ କିମ୍ବା ୱାଇଫାଇ ସେଟ୍ ଅପ୍ ପାଇଁ |
୮.ଆଧାର କାର୍ଡ ଓ ପ୍ୟାନ କାର୍ଡ ତିଆରି କରିବାକୁ

ତେବେ ସମସ୍ତଙ୍କ ପାଇଁ ରାସନ କାର୍ଡ ତିଆରି ହୋଇପାରିବ ନାହିଁ | ସାଧାରଣତଃ ୩ ପ୍ରକାରର ରାସନ କାର୍ଡ ଅଛି | ଦାରିଦ୍ର୍ୟ ରେଖା ଉପରେ (ଏପିଏଲ), ଦାରିଦ୍ର୍ୟ ରେଖା ତଳେ (ବିପିଏଲ୍) ଏବଂ ଅନ୍ତୋଦୟ ପରିବାର ପାଇଁ ରାସନ କାର୍ଡ ମିଳିଥାଏ | ଅତ୍ୟନ୍ତ ଗରିବ ଲୋକ ଅନ୍ତୋଦୟ ବର୍ଗରେ ଆସନ୍ତି | ଏହି ବର୍ଗଗୁଡିକ ବ୍ୟକ୍ତିର ବାର୍ଷିକ ଆୟ ଆଧାରରେ ସ୍ଥିର କରାଯାଏ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular