ପଞ୍ଜାବ କଂଗ୍ରେସରେ ଉଠିଥିବା ଝଡ଼ ହୁଏତ ପ୍ରସମିତ ହୋଇଛି। ହେଲେ ଏବେବି ସମ୍ପୂର୍ଣ୍ଣ ସମାଧାନ ହୋଇନି । କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ନିଜେ ରାଜନୈତିକ ଦଳ ଗଠନ ଜିଦ୍ରେ ଏବେ ଅଡି ଯାଇଛନ୍ତି। ପଞ୍ଜାବ କଂଗ୍ରେସର ସମସ୍ୟା ସମାଧାନ ଲାଗି ହାଇକମାଣ୍ଡ ୩ ସଦସୀୟ ଟିମ୍ ପଠାଇଥିଲେ। ଯାହାର ଫଳାଫଳ ଅମରିନ୍ଦର ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ। କଥା ଏତିକିରେ ଅଟକିଲାନି। ଅମରିନ୍ଦର କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଲେ ଓ ଏବେ ନିଜେ ଦଳ ଗଢିବେ ବୋଲି ଖୋଲାଖୋଲି ଘୋଷଣା କରୁଛନ୍ତି। ସେପଟେ ବିଜେପି ଅମରିନ୍ଦରଙ୍କ ନିକଟତର ହେବାକୁ ପ୍ରୟାଶ ଆରମ୍ଭ କରିଛି। ଏପରି ହେଲେ ଆଗାମୀ ବିଧାନସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବା ଏକ ପ୍ରକାର ନିଶ୍ଚିତ ଦେଖାଯାଉଛି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ଲାଗି ଏତେ ସହଜ ହେବନି ବୋଲି ପାର୍ଟିକୁ ଫିଡବ୍ୟାକ୍ ମିଳିଗଲାଣି। ଏଥିରେ ଯଦି ବିଜେପିକୁ ପଞ୍ଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଭଳି ଏକ ଶିଖ ଚେହେରା ସହଜରେ ମିଳି ଯାଆନ୍ତି ତେବେ ଦଳ ଲାଗି ଏହା ଦୋହରା କ୍ଷତିର କାରଣ ହେବ ବୋଲି ସୋନିଆ ଜାଣିଗଲେଣି। ଯଦି ସେ ଦଳ ଗଠନ କରନ୍ତି ରାଜ୍ୟରେ କଂଗ୍ରେସର ହିଁ କ୍ଷତି ବୋଲି ସୁପ୍ରିମୋ ସୋନିଆ ଗାନ୍ଧି ଜାଣିଗଲେଣି। ଏଣୁ କେମିତିବି ହେଲେ ଅମରିନ୍ଦରଙ୍କୁ ମନେଇ ପୁଣି ଦଳକୁ ଆଣିବା ଲାଗି ସୋନିଆ ନିଜ ଆଡୁ ଉଦ୍ୟମ ଆରମ୍ଭ କରିଥିବାର ସୂଚନା ମିଳୁଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0