ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି | ଏନେଇ ଚାରିଆଡେ ମାହୋଲ ପୂରା ଉତ୍ସବ ମୁଖର ଅଛି | ଭାରତୀୟ ବଜାରରେ ଲୋକେ ଚୀନା ସାମଗ୍ରୀ କିଣୁ ନ ଥିବାରୁ ଏଥର ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି କାଳୀନ ବ୍ୟବସାୟରେ ଚୀନ୍ର ପ୍ରାୟ ୫୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ‘କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (ସିଏଆଇଟି) ଆକଳନ କରିଥିବା କଥା କହିଛି। ଭାରତୀୟମାନେ ଆଉ ପୂର୍ବ ଭଳି ଚୀନ୍ ନିର୍ମିତ ସାମଗ୍ରୀ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ଭାରତୀୟ ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ‘ସିଏଆଇଟି’ର ମହାସଚିବ ପ୍ରବୀଣ ଖଣ୍ଡେଲ୍ଓ୍ଵାଲ୍ କହିଛନ୍ତି, ନିକଟରେ ୨୦ଟି ‘ଡିଷ୍ଟ୍ରିବ୍ୟୁସନ୍ ସିଟି’ରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଦୀପାବଳି ସାମଗ୍ରୀ, ବାଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ କୌଣସି ଭାରତୀୟ ବ୍ୟବସାୟୀ ଚୀନା ସାମଗ୍ରୀ ଆମଦାନିକାରିଙ୍କୁ କିଛି ବରାଦ ଦେଇ ନାହାନ୍ତି। କେବଳ ଦୀପାବଳି ବ୍ୟବସାୟରେ ଭାରତୀୟ ଅର୍ଥନୀତି ୨ ଲକ୍ଷ କୋଟି ଟଙ୍କା ଆୟ ହେବ।
ଶୁକ୍ରବାର ଦିନ ‘ସିଏଆଇଟି’ ଦେଇଥିବା ବିବୃତିରେ ଉଲ୍ଲେଖ ଅଛି, ଗତବର୍ଷ ଭଳି ଏବର୍ଷ ମଧ୍ୟ ‘ସିଏଆଇଟି’ ଚୀନା ସାମଗ୍ରୀ ବର୍ଜନ ପାଇଁ ଡାକରା ଦେଇଛି। ଫଳତଃ ଚୀନ୍ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟାବସାୟିକ କ୍ଷତି ସହିବା ସୁନିଶ୍ଚିତ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0