ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବ୍ଜାରେ ନକଲି ଦୁଇ ନକଲି ଆଇଏଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ। ମୁଖ୍ୟ ଅଭିଯୁକ୍ତ ନିଜକୁ ର’ର ଜଣେ ଅଧିକାରୀ କହି ଠକୁଥିଲେ। ଏଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।
ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାରଙ୍କୁ ଗତକାଲି କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଦିଲ୍ଲୀର ରିକବ ଚାନ୍ଦଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହି ଦୁଇଜଣଙ୍କୁ ଗିରଫ କରିଛି। ଦିଲ୍ଲୀର ନେସନାଲ୍ ଷ୍ଟିଲର ମାଲିକ ରିକବ ତାଙ୍କୁ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ଓ ଦିଲ୍ଲୀର ରାଜେଶ ଗେହେଲଟ ନିଜକୁ ର’ ଅଫିସରର ପରିଚୟ ଦେଇ ଅପରାଧିକ ଷଡଯନ୍ତ୍ର କରି ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ କରିଥିଲେ। ଏଥିରେ ଜଣେ ମହିଳାଙ୍କର ବି ସମ୍ପୃକ୍ତି ରହିଛି। ସେ ମହିଳା ନିଜକୁ ଟ୍ରଜେରୀ ଅଫିସରର ପରିଚୟ ଦେଇଥିଲେ। ରିକବଙ୍କର ଭୁବନେଶ୍ୱର କାଳୀନଗର ନିକଟରେ ଏକ ବ୍ରାଞ୍ଚ ଅଫିସ ରହିଛି, ଯାହାକୁ ତାଙ୍କ ପୁଅ ଅକ୍ଷୟ ବୁଝୁଥିଲେ।
୨୦୧୭ରେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ରାଜେଶ ଗେହେଲଟଙ୍କ ସମ୍ପର୍କରେ ଆସିଲେ। ନିଜକୁ ର’ଅଫିସରର ପରିଚୟ ଦେଇଥିଲେ । ମୁକେଶ ଓ ଅକ୍ଷୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନରେ ଦେଖା କରାଇଥିଲେ। ସୂର୍ଯ୍ୟମଣି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଜଣେ ଅତିରିକ୍ତ ସଚିବ ଥିବା କହିଥିଲେ। ଉଭୟେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଯୋଜନାରେ କଣ୍ଟ୍ରାକ୍ଟ ଓ ୱାର୍କ ଅର୍ଡର୍ ଦେବାକୁ କହିଥିଲେ। ୨୦୧୮ରେ ସୂର୍ଯ୍ୟମଣି ସେମାନଙ୍କୁ ଚୁକ୍ତିନାମା ପାଇଁ ତାଙ୍କୁ ନିର୍ମାଣ ସୌଧ ଯିବାପାଇଁ ଡାକିଥିଲେ। ଅମିତଙ୍କୁ ସହକାରୀ ଯନ୍ତ୍ରୀ କହି ପରିଚୟ କରିଥିଲେ। ଉଭୟ ଭୁବନେଶ୍ୱର କୋର୍ଟରେ ଏନେଇ ଏଗ୍ରିମେଣ୍ଟ କରିଥିଲେ। ଏକ ଫାର୍ମ ପଞ୍ଜିକୃତ କରିବା ପାଇଁ ୨୦୧୮ ମାର୍ଚ୍ଚରେ ୨୫ ଲକ୍ଷ ଟଙ୍କା ଟ୍ରେଜେରିରେ ଜମା କରିବାକୁ କହିଥିଲେ।
ଏନେଇ ଏକ ନକଲି ୱାର୍କ ଅର୍ଡର୍ ଦିଆଯିବା ପାଇଁ କୁହାଯାଇଥିଲା। ସେନେଇ ଓଡ଼ିଶା ବିଧାନସଭା ନିକଟରେ ଥିବା ଟ୍ରେଜେରିରେ ଜଣେ ନକଲି ମହିଳା ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ବଦଳରେ ସୂର୍ଯ୍ୟମଣି ଦୁଇଟି ୱାର୍କ ଅର୍ଡର୍ ହସ୍ତାନ୍ତର କରିଥିଲେ। ଏଇଥିପାଇଁ ଓଡ଼ିଶାର ୩୦ଟି ଜିଲ୍ଲାର ୩୧୪ ବ୍ଲକ ପାଇଁ ପାନୀୟ ଜଳ ପ୍ରକଳ୍ପ ପାଇଁ ଦିଆଯାଇଥିଲା। ସୂର୍ଯ୍ୟମଣି ଏନେଇ ନିର୍ମାଣ ସୌଧ ଅଫିସର ଆକାଉଣ୍ଟ ଅଫିସରଙ୍କ ଦସ୍ତଖତ ଥିବା ଏକ ଜାଲ ଚିଠି ଦେଇଥିଲେ। ଏନେଇ ତାଙ୍କ ପୁଅଙ୍କ ଠାରୁ ଦୁଇଟି ରସିଦ ସଂଗ୍ରହ କରିଥିଲେ। ତାପରେ ଉଭୟେ ତାଙ୍କଠାରୁ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଏନେଇ କୌଣସି କାମ ନ ହେବାରୁ ମୁକେଶ ଓ ତାଙ୍କ ପୁଅଙ୍କ ସନ୍ଦେହ ହୋଇଥିଲା। ଏନେଇ ସେ ଆରଟିଆଇର ସହାୟତା ନେଇଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଟ୍ରେଜେରି ରସିଦ ସହ ସମସ୍ତ ଦସ୍ତାବିଜ ଜାଲ ।
ସୂର୍ଯ୍ୟମଣି ତ୍ରିପାଠୀ ଡିଟିଇଟି ବିଭାଗରେ କିରାଣୀ ଭାବେ କାର୍ଯ୍ୟରତ। ଅମିତ କୁମାର ଜଣେ ବେରୋଜଗାର। ଏନେଇ ସୂଚନା ଦେଇଛନ୍ତି ଏସପି ଦିଲୀପ କୁମାର ତ୍ରିପାଠୀ କହିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0