କରୋନା କବଳରୁ କେହି ମୁକୁଳି ପାରୁ ନାହାନ୍ତି | ତେବେ ପୁଣି ବଲିଉଡରୁ ଆସିଛି ପୁଣି ଏକ ଦୁଖଦଃ ଖବର | ଆଉ ନାହାଁନ୍ତି ଅଭିନେତା ୟୁସୁଫ୍ ହୁସେନ | ଅନେକ ଚଳଚିତ୍ର ଓ ଟେଲିଭିଜନ ଧାରାବାହିକରେ ଲୋକପ୍ରିୟ ଭୂମିକାରେ ଅଭିନୟ କରିଥିବା ତଥା ଜଣାଶୁଣା ଚଳଚିତ୍ର ପ୍ରଯୋଜକ ହଂସଲ ମେହଟ୍ଟାଙ୍କ ଶଶୁର ୟୁସୁଫ୍ ହୁସେନଙ୍କର ୭୩ ବର୍ଷ ବୟସରେ ମୃତ୍ୟୁ ହୋଇଛି । ୟୁସୁଫ୍ ଦିଲ୍ ଚାହାତା ହେ, ବିବାହ, ଧୁମ-୨, କ୍ରିସ-୩, ସହିଦ, ରଇସ ଭଳି ଅନେକ ସିନେମାରେ ଚରିତ୍ର ଅଭିନେତା ଭାବେ କାମ କରିଛନ୍ତି । ଏହା ବ୍ୟତୀତ ସେ ବିଶେଷ ଭାବେ ଛୋଟ ପରଦାରେ ଜଣେ ଚରିତ୍ର ଅଭିନେତା ଭାବେ ଅନେକ ଧାରାବାହିକରେ ବି କାମ କରିଛନ୍ତି । ନିଜେ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0