ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହି ମାମଲାରେ ସେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ତେବେ ଗୋବିନ୍ଦ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା। ବିଜେପି ଓ କଂଗ୍ରେସ ତାଙ୍କ ବହିଷ୍କାର ଓ ଗିରଫ ଦାବି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଏସବୁ ଭିତରେ ମମିତା ମେହରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ହୁଲସ୍ଥୁଲ ହେଉଥିବା ବେଳେ ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ମା’ ତୁଳସୀ ମେହେର । ମମିତାଙ୍କ ମା’ଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି। ଚିକିତ୍ସା ଲାଗି ତୁଳସୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0