ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ । ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ପାକିସ୍ତାନ ନ୍ୟାଚ୍ ଜିତିଥିଲେ ମଧ୍ୟ ଆଫଗାନ୍ ଖେଳକୁ ସମସ୍ତେ ପ୍ରଶଂସା କରୁଛନ୍ତି । ମ୍ୟାଚ୍ ପରେ ଆଫଗାନ୍ ଅଧିନାୟକ ମହମ୍ମଦ ନବୀ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଜଣେ ପାକ୍ ରିପୋର୍ଟର ନବୀଙ୍କୁ ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ବାବଦରେ ପ୍ରଶ୍ନ କରିଥିଲେ । ଏପରିକି ପାକ୍-ଆଫଗାନ ସମ୍ପର୍କ ଉପରେ ପ୍ରଶ୍ନ କରିଥିଲେ । ବିଶ୍ୱକପ ପରେ ଆଫଗାନ ଟିମ୍ ଦେଶରେ ପହଁଚିଲେ କଣ ହେବ ବୋଲି ପଚାରିଥିଲେ। କିନ୍ତୁ ଏହି ସବୁ ପ୍ରଶ୍ନ ନବୀଙ୍କୁ ପସନ୍ଦ ଆସିନଥିଲା । ଏହାର ଉତ୍ତରରେ ନବୀ କହିଥିଲେ ଯେ, ଖେଳ ଛାଡି ଅନ୍ୟ ପ୍ରଶ୍ନ ପଚରା ଯାଉଛି । କ୍ରିକେଟ୍ ମ୍ୟାଚରେ ଏସବୁ ପ୍ରଶ୍ନ କିଛି ମାନେ ରଖେ ନାହିଁ । କ୍ରିକେଟ୍ କଥା ପଚାରିଲେ ଭଲ ହେବ ବୋଲି ନବୀ କହିଥିଲେ । ଏହାସହ ସେ ଏଠାକୁ ବିଶ୍ୱକପ ଜିତିବାକୁ ଆସିଛନ୍ତି । ଏହାପରେ ବି ପାକିସ୍ତାନୀ ରିପୋର୍ଟ ବାଚାଳଙ୍କ ପରି ପ୍ରଶ୍ନ ପଚାରିଥିଲେ । ଫଳରେ ନବୀ ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0