ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ରବିବାର ରାତିରେ ଘରକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କାରୋଟିଡ ଧମନୀର ଅସ୍ତ୍ରୋପଚାର କରାଯାଇଥିଲା। ରଜନୀକାନ୍ତଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ କାରରେ ତାଙ୍କ ଘରେ ପହଞ୍ଚିଛନ୍ତି। ତାଙ୍କ ପତ୍ନୀ ଲତା କବାଟ ବାହାରେ ତାଙ୍କର ଆରତୀ କରୁଥିବା ଦେଖାଯାଇଛି। ରଜନୀକାନ୍ତ ତାଙ୍କ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି- ‘ଘରକୁ ଫେରି ଆସିଛି।’ ଏହା ସହିତ ସେ ହାତ ଯୋଡୁଥିବାର ଏକ ଇମୋଟିକନ୍ ଦେଇଛନ୍ତି। ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନରେ କୁହାଯାଇଛି ଯେ କାରୋଟିଡ୍ ଏଣ୍ଡାର୍ଟେରେକ୍ଟୋମି ପରେ ଅଭିନେତା ସୁସ୍ଥ ଅଛନ୍ତି। ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରଜନୀକାନ୍ତ ତାଙ୍କ ପୂଜା ଘର ସମ୍ମୁଖରେ ଠିଆ ହୋଇ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0