ଖ୍ୟାତନାମା ଫ୍ୟାଶନ ତଥା ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ମଙ୍ଗଳସୂତ୍ରର ବିଜ୍ଞାପନ ସାରା ଦେଶରେ ତୀବ୍ର ସମାଲୋଚନା ହେଉଛି। ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ସବ୍ୟସାଚି ତାଙ୍କର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ଏହି ବିଜ୍ଞାପନ ବିରୁଦ୍ଧରେ ସୋସିଆଲ ମିଡିଆରେ ଲୋକଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ବ୍ୟତୀତ ଭାରତୀୟ ଜନତା ଦଳର କିଛି ନେତା ମଧ୍ୟ ଏହାକୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସବ୍ୟସାଚୀଙ୍କୁ ମଙ୍ଗଳସୂତ୍ରର ‘ଆପତ୍ତିଜନକ ତଥା ଅଶ୍ଳୀଳ’ ବିଜ୍ଞାପନକୁ ହଟାଇବା ପାଇଁ ରବିବାର ଦିନ ୨୪ ଘଣ୍ଟା ‘ଅଲ୍ଟିମେଟମ୍’ ଦେଇ ଚେତାବନୀ ଦେଇଥିଲେ। ସବ୍ୟସାଚୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଐତିହ୍ୟ ଏବଂ ସଂସ୍କୃତି ଉପରେ ଜାରି ଆଲୋଚନା ପୃଷ୍ଠଭୂମିରେ ମଙ୍ଗଳସୁତ୍ର ଅଭିଯାନର ଉଦ୍ଦେଶ୍ୟ ସମାବେଶିତା ଏବଂ ସଶକ୍ତିକରଣ ବିଷୟରେ କହିବାର ଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା ଏବଂ ଆମେ ଗଭୀର ଦୁଃଖିତ ଯେ ଏହି କାରଣରୁ ଆମ ସମାଜର ଏକ ବର୍ଗ କ୍ଷତିଗ୍ରସ୍ତ ହୋଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0