ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲାଣ୍ଡ ପାଖରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିବାର ଭାରତୀୟ କ୍ରିକେଟ ଟିମ୍ ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଛି। ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଟିମ୍ରେ ଥିବା ଅସୁବିଧା ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି, ‘ଏହି ଭାରତୀୟ ଟିମ୍ ଏତେ ମେଣ୍ଟାଲ୍ ଟଫ୍ ନୁହେଁ, ଯିଏ ନକଆଉଟ୍ ମ୍ୟାଚ୍ରେ ପ୍ରେସରକୁ ସମ୍ଭାଳିପାରିବ।’ ଇଏସପିଏନ୍ କ୍ରିକ୍ଇନଫୋକୁ ପ୍ରତିକ୍ରିୟା ଦେଇ ଗମ୍ଭୀର କହିଛନ୍ତି, ଟିମ୍ ଇଣ୍ଡିଆରେ ବହୁତ ଭଲ ଖେଳାଳି ଅଛନ୍ତି। କିନ୍ତୁ ବଡ଼ ମ୍ୟାଚ୍ରେ ବିଜୟୀ ହେବାକୁ ହେଲେ ମାଇଣ୍ଡସେଟ୍ ମଧ୍ୟ ସେମିତି ହେବା ଦରକାର। ମଜଭୁତ ମାନସିକତା ନେଇ ପଡ଼ିଆକୁ ନ ଓହ୍ଲାଇଲେ ସଫଳତା ମିଳିବ ନାହିଁ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0