ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଡଙ୍କାରିସାହି ଠାରୁ ମହାନଦୀ ଦକ୍ଷିଣ ପାର୍ଶ୍ଵ ବନ୍ଧ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚର ଯୋଜନା କରିଛନ୍ତି । କିନ୍ତୁ ତାହା ସଫଳ ହୋଇ ନାହିଁ । ଏନେଇ ବାରମ୍ବାର ଅଭିଯୋଗ ଆସୁଥିବା ଦେଖିବାକୁ ମିଳିଥିଲା । ଗତ ତା ୨୬/୧୦/୨୦୨୧ରିଖ ଗ୍ରାଉଣ୍ଡ କୁ ଯାଇ ଆମ ଚାନେଲ ରେ ପ୍ରଚାର ଓ ପ୍ରସାରହେବା ପରେ ନୟାଗଡ ଜଳସେଚନ ବିଭାଜନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବନ୍ଧ ର ନିର୍ମାଣ କାର୍ୟ୍ୟ ଆରମ୍ଭ କରିବା ସହିତ ରାସ୍ତା କଡରେ ଥିବା ବଡ ବଡ ପଥର ଗୁଡିକ ଜେସିବି ସହାୟତା ରେ ମହାନଦୀ ବନ୍ଧ ନିର୍ମାଣ କରିବା ଆରମ୍ଭ କରିଛନ୍ତି, ବଡ ଦୁଃଖର ବିଷୟ ବନ୍ଧ ନିର୍ମାଣ କରାଯାଇ ଥିଲେ ମଧ୍ୟ ଫଳକ ନିର୍ମାଣ କରି କେତେ ଟଙ୍କା ଅଟକଳ ହୋଇଛି ତାହା ନକରି ବନ୍ଧ ନିର୍ମାଣ କରାଯାଉଛିବୋଲି ଲୋକ ମାନେ ମତ ପ୍ରକାଶ କରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0