ଆକ୍ସନ ମୁଡକୁ ଚାଲି ଆସିଛନ୍ତି ମହାରାଷ୍ଟ୍ରର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟ । ଗତ ରାତିରେ ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଆଜି ସକାଳୁ ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ଉପରେ ଆରମ୍ଭ ହୋଇ ଯାଇଛି ଆକ୍ସନ । ସିଜ୍ ହେବାକୁ ଥିବା ଅଜିତ ପାୱାରଙ୍କ ୫ଟି କମ୍ପାନୀ ହେଉଛି- ପ୍ରାୟ ୬ଶହ କୋଟି ମୂଲ୍ୟର ଜରନ୍ଦେଶ୍ୱର ସୁଗର ଫ୍ୟାକ୍ଟ୍ରି, ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କା ମୂଲ୍ୟର ଫ୍ଲାଟ, ଅଜିତଙ୍କ ପୁଅ ପାର୍ଥ ପାୱାରଙ୍କ ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜାଗା । ଅଜିତ ପାୱାର ଦୀର୍ଘ ଦିନ ଧରି ଆଇଟି ବିଭାଗ ଟାର୍ଗେଟରେ ଥିଲେ। କିଛି ମାସ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ୨ଟି ରିୟଲ ଇଷ୍ଟେଟ ଓ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୧୮୪ କୋଟିର ବେନାମୀ ସମ୍ପତ୍ତିର ପତ୍ତା ମିଳିଥିଲା। ଅଜିତ ପାୱାର ଦୀର୍ଘ ଦିନ ଧରି ଆଇଟି ବିଭାଗ ଟାର୍ଗେଟରେ ଥିଲେ। କିଛି ମାସ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ୨ଟି ରିୟଲ ଇଷ୍ଟେଟ ଓ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୧୮୪ କୋଟିର ବେନାମୀ ସମ୍ପତ୍ତିର ପତ୍ତା ମିଳିଥିଲା। ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍ କରିବାକୁ ଆଦେଶ ଦିଆଯାଇଛି। ସିଜ୍ ହେବାକୁ ଥିବା ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ହଜାରେ କୋଟି ରୁ ଅଧିକ ଟଙ୍କା ହେବ ବୋଲି ଜଣାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0