ଆଜି ଶାହାରୁଖ ଖାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ହୃଦୟ ବାନ୍ଧି ରଖିଛନ୍ତି ବଲିଉଡ ବାଦଶାହ | ବଲିଉଡର ଅନେକ ଷ୍ଟାରମାନଙ୍କ ଦ୍ୱାରା ଗୋଟିଏ ଦିନ ପୂର୍ବରୁ ଅଭିନେତାଙ୍କ ପାଇଁ କେକ୍, ପୁଷ୍ପଗୁଚ୍ଛ ଏବଂ ଉପହାର ପଠାଯାଇଛି। ସୋମବାର ଦିନ ତାଙ୍କ ବଙ୍ଗଳା ମନ୍ନତ ବାହାରେ କେହି ନା କେହି ସେଲିବ୍ରିଟି ଉପହାର ଏବଂ ପୁଷ୍ପଗୁଚ୍ଛ ନେଉଥିବାର ଦେଖାଯାଇଛି। ଖାନ ପରିବାର ପାଇଁ ଗତ କିଛି ସମୟ କଷ୍ଟସାଧ୍ୟ ହୋଇଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ୍ ଖାନ ଗିରଫ ହେବା ପରେ ତାଙ୍କୁ ଜାମିନ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଦୀପାବଳି ପୂର୍ବରୁ ଆର୍ଯ୍ୟନ୍ ଜାମିନ ପାଇବେ କି ନାହିଁ ତାହା ମଧ୍ୟ ଆଲୋଚନା କରାଯାଇଥିଲା, କିନ୍ତୁ ତାଙ୍କୁ ଠିକ୍ ସମୟରେ ମୁକ୍ତ କରାଯାଇଛି ଏବଂ ବର୍ତ୍ତମାନ ଆର୍ଯ୍ୟନ ପରିବାର ସହିତ ଏହି ପର୍ବ ପାଳନ କରିବେ। ଶାହାରୁଖ ଖାନଙ୍କ ଜନ୍ମଦିନକୁ ଦୃଷ୍ଟିରେ ରଖି ମନ୍ନତ ବାହାରେ ଅନେକ ଭିଡିଓ ଭାଇରାଲ ହୋଇଛି। ରାତି ୧୨ଟା ଠାରୁ ବଙ୍ଗଳା ବାହାରେ ପ୍ରଶଂସକଙ୍କ ଏକ ସମାବେଶ ହୋଇଛି ଏବଂ ସେମାନେ ଶାହାରୁଖ ଖାନଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ମନ୍ନତ ବାହାରେ ଥିବା ଭିଡ଼କୁ ଦେଖି ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0