ଥମୁନି ପଞ୍ଜାବ କଂଗ୍ରେସ କନ୍ଦଳ। ଦଳ ଭିତରେ ହିଁ ଚାଲିଛି ତୁ ତୁ ମେଁ ମେଁ। ନିଜର କର୍ମୀମାନେ ହିଁ ପରସ୍ପରକୁ କରୁଛନ୍ତି ଟାର୍ଗେଟ। ପଞ୍ଜାବ କଂଗ୍ରେସ ପିପିସି ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ଦଳର ନେତୃତ୍ୱ ସରକାରଙ୍କୁ ହିଁ ବାଣ ମାରିଛନ୍ତି। ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ୩ ଟଙ୍କା ହ୍ରାସ କରିବା ନିଷ୍ପତ୍ତିକୁ ସେ ‘ଲଲିପପ୍’ ବୋଲି କହିଛନ୍ତି। କେବଳ ପଞ୍ଜାବର କଲ୍ୟାଣ ସହ ଜଡିତ ଏଜେଣ୍ଡା ଉପରେ ଭୋଟ୍ ଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ରାଜ୍ୟର ପୁନଃରୁଦ୍ଧାର ଏବଂ କଲ୍ୟାଣ ପାଇଁ ଏକ ରୋଡମ୍ୟାପ ଉପରେ ଗୁରୁତ୍ୱ ଦେଇ ସେ ଲୋକମାନଙ୍କୁ “ଲଲିପପ୍” ନୁହେଁ ବରଂ ବିକାଶର ଏଜେଣ୍ଡା ଉପରେ ଭୋଟ ଦେବାକୁ କହିଛନ୍ତି। କେବଳ ସରକାର ଗଠନ କରିବା କିମ୍ବା ମିଛ କହି ସତ୍ତାକୁ ଆସିବା, ୫୦୦ ପ୍ରତିଶ୍ରୁତି ଦେବା ଅବା ରାଜ୍ୟର କଲ୍ୟାଣ କରିବା ରଜନୀତି ନୁହେଁ। ରଜନୀତି ଏବେ ଏକ ପେଶା ପାଲଟିଯାଇଛି, ଏହା ଏବେ ଏକ ମିଶନ ନୁହେଁ ବୋଲି ସିଦ୍ଧୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଘରୋଇ କ୍ଷେତ୍ରରେ ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ୩ ଟଙ୍କା ହ୍ରାସ କରିବା ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଆଜି ନବଜୋତ ସିଂ ସିଦ୍ଧୁ ଚନ୍ନି ଏହି ଘୋଷଣାକୁ ନେଇ ଟାର୍ଗେଟ କରିଛନ୍ତି। ପଞ୍ଜାବରେ ସଂଯୁକ୍ତ ହିନ୍ଦୁ ମହାସଭାର ଏକ କାର୍ଯ୍ୟକ୍ରମରେ ସିଦ୍ଧୁ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟର କଲ୍ୟାଣ ବିଷୟରେ କେହି କହିବେ କି? ସେ କହିଛନ୍ତି ଯେ, ସେମାନେ ଲଲିପପ୍ ଧରାଇ ଦେଇଛନ୍ତି, ଏହା ମାଗଣା, ଦୁଇ ମାସ ପାଇଁ ହିଁ ଏହା ମାଗଣା ହେବ (ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ)। କ୍ରିକେଟରରୁ ରାଜନେତା ବନିଥିବା ସିଦ୍ଧୁ ଯେଉଁମାନେ ଏହି ପ୍ରତିଶ୍ରୁତି ଦେଉଛନ୍ତି, ସେମାନେ କିପରି ଏହାକୁ ପ୍ରତିଶ୍ରୁତି ପୂରଣ କରିବେ? ବୋଲି ଜନସାଧାରଣଙ୍କୁ ସେହି ରାଜନେତାମାନଙ୍କୁ ପ୍ରଶ୍ନ କରିବା ପାଇଁ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0