spot_img

ଦରଦାମ ବୃଦ୍ଧି ନେଇ ବିଜେଡିର ବିକ୍ଷୋଭ

କଟକ ଜିଲ୍ଲା ନରସିଂହପୁର ବ୍ଲକ ର ତହସିଲ ଅଫିସ ସମ୍ମୁଖରେ ଏକ ବିଶାଳ ମହିଳା ସମାବେଶ ହୋଇଥିଲା । ଏହି ସମାବେଶ ରେ ଦରଦାମ ବୃଦ୍ଧି ବିରୁଦ୍ଧ ରେ ଏକ ଧାରଣା ଓ ବିକ୍ଷୋଭ ଆରମ୍ଭ ହୋଇଯାଇଛି।ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ,ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର,ବଡମ୍ବା ବ୍ଲକ ଅଧ୍ୟକ୍ଷ ଅନୁସୂୟା ନାୟକ, ନରସିଂହପୁର ର ଜିଲ୍ଲା ପରିଷଦ ନିର୍ମଳ କୁମାର ଜେନା ଏବଂ କଟକ ଜିଲ୍ଲା ର ବିଜେଡି ନେତ୍ରୀ ସୁଭଦ୍ରା ଦାସ ତାଙ୍କ ସାଙ୍ଗରେ ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଏହି ଭିକ୍ଷୋଭ ର ନେତୃତ୍ୱ ନେଇଥିଲେ। କେନ୍ଦ୍ର ସରକାରଙ୍କ ର ଦରଦାମ ବୃଦ୍ଧି ନେଇ ସମସ୍ତେ ଏକ ସ୍ଵର ରେ ଗର୍ଜିଥିଲେ।ଆଳୁ,ପିଆଜ,ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଦର ବୃଦ୍ଧି କୁ ନେଇ ଏକ ଦାବି ପତ୍ର ତହସିଲଦାର କୁ ଦେଇଥିଲେ ଏବଂ ଯଦି ଆଗାମୀ ଦିନରେ ଦରଦାମ କୋହଳ କରା ନ ଯାଏ ତେବେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular