ଜେଲ୍ ଗଲେ କଳିଯୁଗର ରାମ-ଲକ୍ଷ୍ମଣ । ଦୁଇ ଭାଇ ମିଳିମିଶି ସରକାରୀ ଜମିକୁ ହଡପ କରୁଥିଲେ । ମଙ୍ଗଳବାର ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ଗିରଫ କରିଥିଲା ଭିଜାଲାନ୍ସ । ଏହାସହ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ତଦନ୍ତକାରୀ ଟିମ୍ । ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶଓ୍ବନ୍ତ ଜେଠୱା ସୂଚନା ଦେଇଛନ୍ତି ।ରାମଚନ୍ଦ୍ରଙ୍କ କଟକ ସିଡିଏରେ ନିଜ ଘର, କେନ୍ଦ୍ରାପଡା ପୈତୃକ ଘର ଉପରେ ମଧ୍ୟ ଛାପା ମାରିଥିଲା ଭିଜିଲାନ୍ସ । ଫେକ୍ ପ୍ୟାନ୍ କାର୍ଡ ପଛରେ ତାଙ୍କର ଅନୈତିକ ଆର୍ଥିକ କାରବାର ଥିବା ଅନୁମାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ, କଟକ ଓ କେନ୍ଦ୍ରାପଡ଼ାରେ ଏକକାଳୀନ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ନିକଟରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା । ନିମାପଡା ସ୍ଥିତ ସରକାରୀ ବାସଭବନରୁ ମିଳିଥିଲା ନଗଦ ୫୦ ହଜାର ଟଙ୍କା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0