spot_img

୯ରେ ଆପ କରିବ ରାଜ୍ୟବ୍ୟାପୀ ଆନ୍ଦୋଳନ

ଓଡ଼ିଶାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ୍ ଆଦି ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦର ପ୍ରତିଦିନ ଅହେତୁକ ଭାବରେ ବୃଦ୍ଧି ପାଉଛି। ଯାହାକୁ ନେଇ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଅହେତୁକ ତୈଳ ଦର ଓ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି (ଆପ୍) ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛି। ଅନ୍ୟ ପଟେ ଦର ବୃଦ୍ଧି ପାଉଥିବା ବେଳେ ଉଭୟ ବିଜେପି ଓ ବିଜେଡ଼ି ବାରମ୍ବାର ଭ୍ରମାତ୍ମକ ତଥ୍ୟ ଓ ଅବାନ୍ତର ଯୁକ୍ତି ଦେଇ ଜନସାଧାରଣଙ୍କ କଷ୍ଟ ପ୍ରତି ବିଦ୍ରୁପ କରି ଚାଲିଛନ୍ତି ଓ କାଦୁଅ ଫିଙ୍ଗା ରାଜନୀତିରେ ବ୍ୟସ୍ତ ଥିବା ଆପ୍ କହିଛି। ପାର୍ଟି ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କୁହାଯାଇଛି । ପାର୍ଟିର ରାଜ୍ୟ ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ, ଅଜୟ ପତି, ଜୟସୁର୍ଯ୍ୟ କାନୁନଗୋ ଓ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଚନ୍ଦ୍ରଭାନୁ ମନ୍ତ୍ରୀ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ଅନ୍ୟ ପକ୍ଷରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ କମାଇବାକୁ ରାଜି ହେଉ ନାହାନ୍ତି। ଗତବର୍ଷ ମଇ ମାସରେ ରାଜ୍ୟ ସରକାର କରୋନା ଜନିତ ଆର୍ଥିକ ସଙ୍କଟର ଦ୍ଵାହି ଦେଇ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ଦର ବୃଦ୍ଧି କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular