ତାଲିବାନ ଦଖଲ ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଅତ୍ୟନ୍ତ ବିଗିଡିବାରେ ଲାଗିଛି ସେଠାକାର ଅର୍ଥ ବ୍ୟବସ୍ଥା। ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଅନାହାର ପରିସ୍ଥିତି। ଲୋକେ ଖାଇବାକୁ ପାଉନାହାନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ। ବାଧ୍ୟ ହୋଇ ଖୋଲ ଆକାଶ ତଳେ ଶହ ଶହ ଲୋକ ଜୀବନ ବିତାଉଛନ୍ତି। ଏଭଳି ସ୍ଥିତିରେ ଆଉ ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଇସଲାମିକ୍ ଏମିରେଟ୍ (ତାଲିବାନ) ସମସ୍ତ ନାଗରିକ, ଦୋକାନୀ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆଫଗାନିସ୍ତାନରେ ସମସ୍ତ କାରବାର କରିବାକୁ ଏବଂ ବିଦେଶୀ ମୁଦ୍ରା ବ୍ୟବହାରରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି। ଆଫଗାନିସ୍ତାନରେ ବ୍ୟବହାର ହେବନି ବିଦେଶୀ ମୁଦ୍ରା। ଏହାଉପରେ ତାଲିବାନ୍ ଏବେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି। ଏହି ଆଦେଶ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଜାରି ହୋଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0