କୋଟିଆରେ ଆନ୍ଧ୍ର ଅଧିକାରୀ ସହ ସାଲୁର ବିଧାୟକ । ଓଡିଶାରେ ପଶି ଓଡିଶା ଜମିକୁ ଓଡିଶା ଲୋକଙ୍କୁ ବାଣ୍ଟିଲେ ଆନ୍ଧ୍ର ବିଧାୟକ ଓ ଆନ୍ଧ୍ର ଅଧିକାରୀ । କୋଟିଆର ତାଡିୱ୍ବାଲସାଠାରେ ସଭାର ଆୟୋଜନ କରି ୩୦୦ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ୯ ଲକ୍ଷ ଟଙ୍କା ବ୍ୟୟରେ ଆଦିବାସୀଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି । ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ଓଡିଶା ବିକାଶ ପରିଷଦ ତୀବ୍ର ବିରୋଧ କରିଛି । ଓଡ଼ିଶା ବିକାଶ ପରିଷଦର ଟିମ୍ କୋଟିଆ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସକାଶେ ୧୬ଲକ୍ଷ ଟଙ୍କା ବ୍ୟୟରେ ଫେଡେରେସନ କୋଠା ନିର୍ମାଣ କରିବା ନେଇ ସାଲୁର ବିଧାୟକ ରାଜନ ଦୋରା ଶୁଭ ଦେଇଛନ୍ତି। ଆନ୍ଧ୍ରର ପାର୍ବତୀପୁରମ ପିଏ ଆଇଟିଡିଏ କୁରମାନାଥଙ୍କ ଉପସ୍ଥିତିରେ ସାଲୁର ବିଧାୟକ ଭୂମି ପୂଜନ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0