ବଜାର ମଝିରେ ବସିଲା କଙ୍ଗାରୁ କୋର୍ଟ।ଯୁବଙ୍କୁ ଚୂନ କଳା ବୋଳି ହାତବାନ୍ଧି ବୁଲାଇଲେ ଗାଁ ଦାଣ୍ଡରେ।ଏଭଳି ଭାଇରାଲ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୃରି ବୁଲୁଛି।ଏ ଦୁର୍ଷ୍ୟ ହେଉଛି ରାଜକନିକା ବ୍ଲକର କାଟଣା ବଣିଆ ଅଞ୍ଚଳର।ଜୟକୋଣ୍ଡା ଗ୍ରାମର ଜଣେ ଯୁବକ ଅତ୍ୟଧିକ ମଦ୍ୟପାନ କରି ସେହି ପଞ୍ଚାୟତର ଜଣେ ଝିଅଙ୍କୁ ଅସଦାଚରଣ କରିବା ପରେ ଉକ୍ତ ଯୁବତୀ ଓ ତାଙ୍କ ସହଯୋଗୀ ମାନେ ଲୋକଙ୍କ ସାମ୍ନାରେ ଉକ୍ତ ଯୁବକଙ୍କୁ ଚପଲ ରେ ବାଦେଇବା ସହିତ ଗୋଡ଼ ତଳେ ପକାଇ ଭୁଲ ମଗାଇ ଥିଲେ।ସମ୍ପୃକ୍ତା ଯୁବତୀଙ୍କର ସମ୍ପର୍କୀୟ ପହଞ୍ଚି ବସାଇଲେ କଙ୍ଗାରୁ କୋର୍ଟ ଆଉ କୋର୍ଟର ବିଚାର ମୁତାବକ ଉକ୍ତ ଯୁବକଙ୍କୁ କାଟଣା ବଜାର ଉପରେ ମୁହଁ ଓ ଦେହରେ ଚୂନ କଳା ବୋଳି ବଜାର ସମେତ ସମଗ୍ର ଗାଁ ସାରା ବୁଲାଇ ଥିଲେ।ସବୁଠୁ ବଡ଼ କଥା ହେଲା ଉକ୍ତ ଯୁବକଙ୍କ ଗଞ୍ଜିରେ ତାଙ୍କ ହାତ ପଛପଟୁ ବାନ୍ଧି ଗାଁ ଦାଣ୍ଡରେ ଘସାଡୁ ଥିବା ବେଳେ ଉପସ୍ଥିତ ସମସ୍ତ ଲୋକେ ଦର୍ଶକ ସାଜିଥିବା ଦେଖିବାକୁ ମିଳିଥିଲା । ଆଇନି ଉଲଙ୍ଘନ କରୁଥିବା ଦୁର୍ଷ୍ୟ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେଉଥିବା ବେଳେ ରାଜକନିକା ପୋଲିସ ପ୍ରଶାସନ ନିରବ ରହିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଆଇନି ଶୃଙ୍ଖଳା ସମ୍ପୂର୍ଣ୍ଣ ରାଜକନିକା ଅଞ୍ଚଳରେ ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ମନେ ହେଉଥିବା ବେଳେ ପୋଲିସ ନିରବ ରହିବା ଆଲୋଚନା ର ବିଷୟ ହୋଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0