ନୂତନ ମାର୍କେଟ କମ୍ପ୍ଲେକ୍ସ ଗୃହ ର ଚାଲିଛି,ଶୁଭ ଉଦ୍ଘାଟନ।ବ୍ରାହ୍ମଣ ମାନଙ୍କ ମନ୍ତ୍ର ପାଠ ରେ କମ୍ପି ଉଠୁଛି,ଶିବ ମନ୍ଦିର ପ୍ରାଙ୍ଗଣ।ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ପଞ୍ଚାୟତର ଅଚ୍ୟୁତ ପୁର ଗ୍ରାମ।ଭାରିଗଦା ପଞ୍ଚାୟତର ନିଜସ୍ଵ ପାଣ୍ଠିରୁ ନିର୍ମିତ ହୋଇଛି ଏଇ ମାର୍କେଟ କମ୍ପ୍ଲେକ୍ସ।ଏହା ଅଚ୍ୟୁତ ପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ।ଏହି ମାର୍କେଟ କମ୍ପ୍ଲେକ୍ସ ଭବିଷ୍ୟତରେ ବହୁ ବ୍ୟବସାୟୀ ମାନଙ୍କ ପାଇଁ କର୍ମନିଯୁକ୍ତି ର ପେଣ୍ଠସ୍ଥଳୀ ହେବା ସହିତ ପରିବାର ପ୍ରତିପୋଷଣରେ ସହାୟ ହେବ।ଭାରିଗଦା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର୍ ମଲିକ ନିଜ ପଞ୍ଚାୟତରେ ଅନେକ ଉନ୍ନୟନ ମୂଳକ କାର୍ୟ୍ୟ କରିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାରିଗଦା ବାସୀଙ୍କ ପାଇଁ ଏହା ହେଉଛି ଭେଟି।ଏହି ଗୃହକୁ ଉଦଘାଟନ କରିବା କାର୍ୟ୍ୟକ୍ରମ ଖୋଦ୍ ଜିଲ୍ଲାପାଳ ଅମୃତ ଋତୁରାଜ ଙ୍କ ଦ୍ଵାରା ଥିଲେ ମଧ୍ୟ ତାଙ୍କର ଅନେକ କାର୍ୟ୍ୟ ଥିବାରୁ ଏହାକୁ ସ୍ଥାନୀୟ ତହସିଲଦାର ପ୍ରେମାନନ୍ଦ ବେହେରା ଓ ବିଡ଼ିଓ ରବୀନ୍ଦ୍ର କୁମାର ଆଚାର୍ୟ୍ୟ ଉଦଘାଟନ କରିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0