ଲଗାଣ ବର୍ଷାରେ ତାମିଲନାଡୁର ଅବସ୍ଥା ବେହାଲ ହୋଇପଡିଛି । ପିଟିଆଇ ଅନୁଯାୟୀ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସୋମବାର ଚେନ୍ନାଇରେ ଲଗାତାର ବର୍ଷା ହେତୁ ସହରର ଅନେକ ଅଞ୍ଚଳ ତଥା ରାସ୍ତା ଜଳମଗ୍ନ ହୋଇଥିଲା । ଅନେକ ମାର୍ଗରେ ଯାନବାହାନ ସବୁ ଅନ୍ୟ ରୁଟକୁ ସ୍ଥାନାନ୍ତରିତ ହୋଇଥିବାରୁ ଲୋକଙ୍କ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଏକ ଲଘୁଚାପରେ ପରିଣତ ହୋଇ ୧୧ ନଭେମ୍ବର ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0