spot_img

ଭୋପାଳର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ସହରର କମଳା ନେହେରୁ ହସପିଟାଲର ଶିଶୁ ଓ୍ବାର୍ଡରେ ଏକ ଅଗ୍ନିକାଣ୍ଡ ହେବାରୁ ୪ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି । ଅଗ୍ନିକାଣ୍ଡ ଘଟିବା ପରେ ଶିଶୁମାନଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକେ ହସପିଟାଲ ପହଞ୍ଚିଥିବାବେଳେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଓ୍ବାର୍ଡରେ ୪୦ ଜଣ ଶିଶୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁବରଣ କରିଛନ୍ତି ଓ ଅବଶିଷ୍ଟ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତ ଶିଶୁମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ବୋଲି ରାଜ୍ୟ ଡାକ୍ତରୀ ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖ ପ୍ରକଟ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସଂଦେହ କରାଯାଉଛି ବୋଲି ଜୁବେର ଖାଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular