spot_img

ଚିଲିକା ର ଅତିଥି ବିଦେଶୀ ପକ୍ଷୀ

ଚିଲିକା କୁ ଆସିଲେଣି ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ। ପକ୍ଷୀଙ୍କ କୋଳା ହଳରେ ମୁଖରିତ ହେଉଛି ମରାଳ ମାଳିନୀ ନିଳମ୍ବୁ ଚିଲିକା। ଏସିଆ ମହାଦେଶ ର ଲବଣାକ୍ତ ହ୍ରଦ ଚିଲିକାକୁ ପ୍ରତିବର୍ଷ ଦେଶ ବିଦେଶରୁ ମାଇଲ ମାଇଲ ଦୂର ଅତିକ୍ରମ କରି ଏହି ରଙ୍ଗ ବେରଙ୍ଗ ର ବିଦେଶୀ ପକ୍ଷୀ ମାନେ ଆସିଥାନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ଅଧୀନରେ ଥିବା ଟାଙ୍ଗି, ରମ୍ଭା, ନୂଆପଡା, ଚିଲିକା, ସାତପଡା,ଅଞ୍ଚଳ ରେ ପକ୍ଷୀ ଶିକାର ନକରିବା ଲାଗି ବିଭିନ୍ନ ସ୍ଥାନରେ ଜନ ସଚେତନତା କାର‌୍ୟ୍ୟକ୍ରମ କରାଯାଉଛି।ଚିଲିକା ର ଅତିଥି ସାଜିଥିବା ଏହି ଦେଶୀ-ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ନକରିବା ପାଇଁ ମସ୍ୟଜୀବିଙ୍କୁ ବାରଣ କରାଯାଇଛି। ଟାଙ୍ଗି ରେଞ୍ଜରେ ୧୧ ଟି ବାଲୁଗାଁ ତଥା ଚିଲିକା ରେଞ୍ଜରେ ୪ ଟି ନୂଆପଡା ରେଞ୍ଜରେ ୧ ଟି ସାତପଡ଼ା ରେଞ୍ଜରେ ୨ ଟି ରମ୍ଭା ରେଞ୍ଜରେ ୨ ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ ହୋଇଛି ବୋଲି ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ଇଉୠ ସରତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଗତବର୍ଷ ଚିଲିକାକୁ ୧୯୦ ପ୍ରଜାତି ର ପକ୍ଷୀ ଆସିଥିବା ସରକାରୀ ରେକର୍ଡରୁ ଜଣାଯାଏ ଏବଂ ସେମାନଙ୍କର ସଂଖ୍ୟା ୧୨ ଲକ୍ଷ ୪୨ ହଜାର ୮୨୬ ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular