ରାଜ୍ୟ ସରକାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ପରେ ଏହାକୁ ଭୁକ୍ଷେପ କରୁନାହାଁନ୍ତି ଶିକ୍ଷକ।ଯାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଳକ୍ ଅଧୀନସ୍ତ ରଗଡ଼ିପଡା ନୋଡାଲ ହାଇସ୍କୁଲ ପରିସରରେ।ସେହି ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ର ବିଷ୍ଣୁ ପ୍ରସାଦ ସ୍ବାଇଁଙ୍କୁ ଶିକ୍ଷକ ଆଦିତ୍ୟ ସେଠୀ ମାଡ଼ ମାରିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ବିଷ୍ଣୁ ପ୍ରସାଦ ସ୍ବାଇଁ ରୋଲ୍ ନମ୍ବର-୫,ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ପିତା ଘନଶ୍ୟାମ ସ୍ବାଇଁ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ନବମ ଶ୍ରେଣୀରେ ପାଠ ପଢେ।ସବୁଦିନ ପରି ମୋ ପୁଅ ବିଷ୍ଣୁ ପାଠ ପଢିବା ପାଇଁ ରଗଡ଼ି ପଡା ନୋଡାଲ ହାଇସ୍କୁଲ କୁ ଯାଇଥିଲା।ପାଠ କରିନଥିବା ରୁ ଶିକ୍ଷକ ଆଦିତ୍ୟ ସେଠୀ ବେତ ରେ ପିଠି ଫଟେଇ ଦେଇଥିଲେ।ଯାହାକି ଫଟୋ ରେ ଦୃଶ୍ୟମାନ ହେଉଅଛି।ଦଣ୍ଡମୁକ୍ତ ଅଞ୍ଚଳରେ ପିଲା ମାନଙ୍କୁ ବେତ ରେ ମାଡ଼ ମାରିବା ସରକାରଙ୍କ ନିୟମ ବିରୁଦ୍ଧ ଥିବା ସ୍ୱତେ କିଭଳି ଶିକ୍ଷକ ଆଦିତ୍ୟ ସେଠୀ ପିଲାଙ୍କୁ ମାଡ଼ ମାରୁଛନ୍ତି ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଛନ୍ତି କ\’ଣ ବୋଲି ଅଭିଯୋଗ କରୁଛନ୍ତି ବିଷ୍ଣୁ ର ବାପା ଘନଶ୍ୟାମ ସ୍ବାଇଁ।ଏନେଇ ସେ ବଡମ୍ବା ଈଙ ଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଥାନା ରେ ଲିଖିତ ଅଭିଯୋଗ କରିବେ ବୋଲି ପରିବାର ପକ୍ଷରୁ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0