spot_img

DRDO ତଥ୍ୟ ଲିକ ପ୍ରସଙ୍ଗ : ହାଇକୋର୍ଟରେ ଆରମ୍ଭ ହୋଇଛି ପ୍ରଥମ ଶୁଣାଣି

ଡିଆରଡିଓରୁ ତଥ୍ୟ ଚୋରି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି କରିଛନ୍ତି ହାଇକୋର୍ଟ । ମାମଲାର ପ୍ରତିପକ୍ଷ ତଥା ଉଭୟ କେନ୍ଦ୍ର- ରାଜ୍ୟ ସରକାରଙ୍କୁ ଆଜି ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ମାଧ୍ୟମରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ହୋଇଛି। ସେହିପରି ଏହି ଘଟଣା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି। ବିଦେଶୀ ମହିଳାଙ୍କ ସହିତ ଅଭିଯୁକ୍ତମାନେ ନିୟମିତ ସଂପର୍କରେ ଥିଲେ। ବିଦେଶରୁ ମଧ୍ୟ ଟଙ୍କା‌ ଅଭିଯୁକ୍ତଙ୍କ ଖାତାକୁ ଆସିଥିଲା। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ କରାଯିବା ଉଚିତ। ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଦେଶର ପ୍ରତିରକ୍ଷା ସଂପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମାମଲା ସହ ବିଦେଶ ଲିଙ୍କ୍ ଥିବା ହେତୁ କ୍ରାଇମବ୍ରାଞ୍ଚ୍ ଏହାର ମୂଳରେ ପହଞ୍ଚିବା ସମ୍ଭବ ନୁହେଁ ବୋଲି ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular