ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି ମହାରାଜ ବି ଏ ପ୍ରସଙ୍ଗରେ ଜଗଦ୍ଗୁରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରି ଆବଶ୍ୟକ ପରାମର୍ଶ ନେଇଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶଙ୍କରାଚାର୍ୟ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି। ଆଗାମୀ ଦିନରେ ହେବାକୁ ଥିବା ଶ୍ରୀମନ୍ଦିର ହେରିଟେଜ୍ କରିଡର୍ ଭୂମିପୂଜନ କାର୍ୟ୍ୟକ୍ରମ ସମ୍ପର୍କରେ ଶଙ୍କରାଚାର୍ୟ୍ୟଙ୍କଠାରୁ ଆବଶ୍ୟକ ପରାମର୍ଶ ନେଇଥିବା ଜଣାପଡ଼ିଛି। ଯେଉଁ ଚିଠିରେ ସେ ଶ୍ରୀମନ୍ଦିର ସହ ସାକ୍ଷୀଗୋପାଳ ମନ୍ଦିରର ପରିଚାଳନା ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେବାକୁ ଲେଖିଛନ୍ତି। ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ କାର୍ୟ୍ୟାଳୟ ପୁରୀରେ ହେଉ ବୋଲି ମତ ଦେଇଛନ୍ତି। ଯଦ୍ବାରା ଶ୍ରୀମନ୍ଦିରର ସୁପରିଚାଳନା ହୋଇପାରିବ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0