ବାଂଲାଦେଶର ଏକ ଅଦାଲତ ଟଙ୍କା ହେରଫେର ଓ ବିଶ୍ୱାସ ଭଙ୍ଗ ମାମଲାରେ ମଙ୍ଗଳବାର ଦିନ ପୂର୍ବ ଓ ପ୍ରଥମ ହିନ୍ଦୁ ବିଚାରପତି ସୁରେନ୍ଦ୍ର ସିହ୍ନାଙ୍କୁ ତାଙ୍କ ଅନୁପସ୍ଥିତିରେ ୧୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଢାକାର ସ୍ୱତନ୍ତ୍ର ନ୍ୟାୟାଧୀଷ ମଜୂବୁଲ ଆଲାମ ପୂର୍ବ ବିଚାରପତିଙ୍କୁ ଟଙ୍କା ହେରଫେର ଅପରାଧରେ ୭ ବର୍ଷ ଓ ବିଶ୍ୱାସ ଭଙ୍ଗ ମାମଲାରେ ୪ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଚାରି ବର୍ଷ ପୂର୍ବରୁ ବିଦେଶ ଯିବା ପାଇଁ ସିହ୍ନା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସରକାର ତାଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ମଧ୍ୟ କରିଛନ୍ତି । ସିହ୍ନା ଜାନୁଆରି ୨୦୧୫ ରୁ ନଭେମ୍ବର ୨୦୧୭ ପର୍ୟ୍ୟନ୍ତ ଦେଶର ମୁଖ୍ୟ ବିଚାରପତି ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0