ମହାରଷ୍ଟ୍ରରେ ଚାଲିଛି କାଦୁଆ ଫିଙ୍ଗାଫିଙ୍ଗି ରାଜନୀତି । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଅସଲ ମୁଖା ଖୋଲିବାକୁ ଧମକ ଦେଇ ‘ହାଇଡ୍ରୋଜେନ ବୋମା’ ପକାଇବାକୁ କହିଥିବା ଏନସିପି ନେତା ନବାବ ମଲିକ ଆଜି ମୁହଁ ଖୋଲିଛନ୍ତି। ଗତକାଲି ଫଡନାଭିସ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିଙ୍କ ଲିଙ୍କ ଅଣ୍ଡରୱାର୍ଲ୍ଡ ସହ ରହିଥିବା ଅଭିଯୋଗ କରିଥିଲେ। ନବାବ ମଲିକ କହିଛନ୍ତି, “ରିୟାଚ ଭାଟି କିଏ? ସେ ନକଲି ପାସପୋର୍ଟ ଓ ଦାଉଦ ଇବ୍ରହିମ ସହ ସମ୍ପର୍କ ରଖିଥିବା ଘଟଣାରେ ଧରାପଡ଼ିଥିଲା। ହେଲେ ୨ ଦିନରେ ଖଲାସ ହୋଇଗଲା। ସେ ଗୋଟିଏ କାର୍ୟ୍ୟକ୍ରମରେ ଫଡନାଭିସଙ୍କ ସହ ରହିଥିଲା। ଏକାଧିକ ବିଜେପି କାର୍ୟ୍ୟକ୍ରମରେ ମଧ୍ୟ ତା’କୁ ଦେଖିବାକୁ ମିଳିଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ଏସବୁ ଭିତରକୁ ଟାଣିବାକୁ ଚାହୁଁନୁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0