ଡିସେମ୍ବର ୬ରେ ଭାରତ ଓ ରୁଷ୍ ମଧ୍ୟରେ ହେବାକୁ ଥିବା ବାର୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ରାଷ୍ଟ୍ରପତି ପୁଟିନ୍ ଭାରତ ଗସ୍ତରେ ଆସନ୍ତି, ଏହା ହେବ ଚଳିତ ବର୍ଷ ତାଙ୍କର ଦ୍ବିତୀୟ ବିଦେଶ ଗସ୍ତ। ଏହି ଦିନିକିଆ ଗସ୍ତରେ ରୁଷୀୟ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଳାପ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ କେତେଗୁଡ଼ିଏ ରାଜିନାମା ସ୍ବାକ୍ଷର କରାଯିବାର ଅଛି। ଚଳିତ ବର୍ଷ ଶେଷ ସୁଦ୍ଧା ‘ଏସ୍-୪୦୦ ଏୟାର୍ ଡିଫେନ୍ସ୍ ସିଷ୍ଟମ୍’ର ପ୍ରଥମ ଛେକ ଭାରତରେ ପହଞ୍ଚୁଥିବା ବେଳେ ରୁଷ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେହୁଏ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0