spot_img

ଆକାଶ ପାଠକଙ୍କୁ ଇଡିର ଜେରା

ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଗୁରୁବାର ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ଇଡି ଜେରା କରିବ । ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଜେରା କରିବେ ବୋଲି ଜଣାପଡିଛି । ଏନେଇ ଜିଲ୍ଲା ଦୌରାଜଜଙ୍କଠାରୁ ଅନୁମତି ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ପୁଅ ଆକାଶ ପାଠକଙ୍କର ମଧ୍ୟ କେଳେଙ୍କାରୀ ଧରାପଡିଯାଇଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular