ମହାମାରୀ କରୋନାକୁ ମାତ ଦେବ କ୍ୟାପସୁଲ। ଖୁବଶୀଘ୍ର ଭାରତରେ କରୋନା ଭାଇରସ ସହ ଲଢ଼ିବା ପାଇଁ ଆଣ୍ଟି ଭାଇରାଲ କ୍ୟାପସୁଲର ବ୍ୟବହାର ହେବ। ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ଉଙଠଓଊ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ମାର୍କର ଆଣ୍ଟିଭାଇରାଲ୍ ବଟିକା ‘ମୋଲନୁପିରାଭିର’ କିଛି ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇପାରେ। ଏନେଇ କୋଭିଡ ଷ୍ଟ୍ରାଟେଜି ଗ୍ରୁପର ସଭାପତି ଡକ୍ଟର ରାମ ବିଶ୍ୱକର୍ମା ସୂଚନା ଦେଇଛନ୍ତି । ‘ଫାଇଜର’ର ଅନ୍ୟ ଏକ ବଟିକା ‘ଚବଙ୍ଘଖକ୍ଟଙ୍ଖସୟ’ ଆସିବା ପାଇଁ ଆହୁରି କିଛି ସମୟ ଲାଗିପାରେ। ତେଣୁ ତା’ ପୂର୍ବରୁ ଏହି ସ୍ୱଦେଶୀ କୋଭିଡ କ୍ୟାପସୁଲ କରୋନା ଚିକିତ୍ସାରେ ସହାୟକ ହେବ ବୋଲି ଡାକ୍ତର ବିଶ୍ୱକର୍ମା କହିଛନ୍ତି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0