ଆସାମର କରିମଗଞ୍ଜ ଜିଲ୍ଲାରେ ଗୋଟାଏ ଦ୍ରୁତଗାମୀ ଅଟୋରିକ୍ସା ଓ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ଖାଇବାରୁ ୩ଜଣ ନାବାଳକଙ୍କ ସମେତ ୧୦ଜଣଙ୍କର ମୃତ୍ୟୁ ଘଟିଛି। ଆସାମ-ତ୍ରିପୁରା ସୀମାନ୍ତବର୍ତ୍ତୀ କରିମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲ ଅଞ୍ଚଳର ଜାତୀୟ ରାଜପଥରେ ପାହାନ୍ତା ପୂର୍ବରୁ ଦୁର୍ଘଟଣାଟି ଘଟିଛି। ପ୍ରାପ୍ତ ରିପୋର୍ଟ ଅନୁସାରେ, ଅଟୋରେ ଥିବା ଯାତ୍ରୀମାନେ ଛଟ୍ ପୂଜା ସାରି ଫେରୁଥିଲେ। କରିମଗଞ୍ଜ ଜିଲ୍ଲାର ଜଣେ ପୁଲିସ ଅଧିକାରୀ କହିଛନ୍ତି, ବିପରୀତ ଦିଗରୁ ଆସୁଥିବା ଗୋଟାଏ ଟ୍ରକ୍ ଓ ଅଟୋରିକ୍ସା ସାମ୍ନାସାମ୍ନି ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଛି। ଏଥିରେ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ପିଲା ଓ ମହିଳା। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ପୁରୁଷ, ୫ଜଣ ମହିଳା ଏବଂ ୨ଜଣ ପିଲା।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0