କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ଆୟୋଜିତ ହେବ ବୋଲି କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ଏଥିସକାଶେ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚିସାରିଛି। ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ବାୟୋ ବବଲ ପ୍ରକ୍ରିୟାରେ ବିଶ୍ବକପ ଅନୁଷ୍ଠିତ ହେବ। କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି। ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0