କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ ଉତ୍ତାରଣ ଗ୍ରାମର ୧ବର୍ଷ ସାତ ମାସର ଶ୍ରେୟାଂଶ ଦୀକ୍ଷିତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଜଣାଯାଇଛି। ସୋମନାଥ ଦୀକ୍ଷିତ ଓ ସୋନାଲି ମିଶ୍ରଙ୍କ ପୁଅ ଶ୍ରେୟାଂଶ ଫଟୋଚିତ୍ର ଦେଖି ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ନେତା, ଶରୀରର ବିଭିନ୍ନ ଅଙ୍ଗ, ବିଭିନ୍ନ ରଙ୍ଗ ଆଦି ଚି଼ହ୍ନଟ କରିଥିଲେ। ଏହାପରେ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି। ୨୦୨୦ ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି କୁନି ପ୍ରତିଭାଙ୍କର ସଂସ୍ଥା ପକ୍ଷରୁ ବିଚକ୍ଷଣତା ପରୀକ୍ଷା କରାଯାଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0