ନରସିଂହପୁର ବ୍ଲକ ର କଟକ ସାଂସଦ ଭର୍ତ୍ତୃହରି ମହତାବ ଙ୍କର ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ମରୁଡି ନେଇ ଆସିଛି ସାଙ୍ଘାତିକ ଅଭିଯୋଗ। ଏ ନେଇ ଆଜି ସକାଳ ୧୦ ଟା ସମୟରୁ ନରସିଂହପୁର ବ୍ଲକ ବାଲିଝରି ଆଦର୍ଶ ବିଦ୍ୟାଳୟର ଫାଟକ ସମ୍ମୁଖରେ ତାଲା ପକାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଅଭିଯୋଗରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ବାଲିଝରୀ ମଦନ ଗୋପାଳ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ନିୟମାନୁଯାୟୀ ୪୦ ବର୍ଷରୁ କମ୍ ବୟସ୍କ ଶିକ୍ଷକ/ଶିକ୍ଷୟିତ୍ରୀ ଘଉଉ ଦାୟୀତ୍ବରେ ରହି ପାରିବେ ମାତ୍ର ୨୦୦୮ ମସିହାଠାରୁ ପ୍ରମାଣତଃ ଏହା ଉଞଙ ମାନଙ୍କ ଦ୍ବାରା ପରିଚାଳିତ ହୋଇ ଆସୁଅଛି । କୋରନା ମାଡ଼ ସାଙ୍ଗକୁ ଶିକ୍ଷକ ମାନଙ୍କର ଅଭାବ ହେତୁ ପିଲାଙ୍କର ଭବିଷ୍ୟତ ଅନ୍ଧାରରେ ଗତିକରି ଆସୁଅଛି । ଏଣୁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ଆଖୁ ଆଗରେ ରଖୁ ନିମ୍ନଲିଖତ ଦାବିକୁ ପୂରଣ କରାନଗଲେ ସମସ୍ତ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଧର୍ମଘଟ ଜାରି ରଖୁବୁ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକମାନେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0