ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଡକଟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି, ଏହି ରକ୍ତଦାନ ଶିବିର ରେ ନୟାଗଡ ଜ଼ିଲ୍ଲା ବିଜୁଜନତା ର ସଭାପତି ତଥା ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଓଡିଶା ମୋ ପରିବାର ଜୀବନବିନ୍ଦୁ ରାଜ୍ୟ ସଯୋଜକ ଅରୂପ ପଟ୍ଟନାୟକ ଶୁଭ ଉଦଘାଟନ କରିଥିଲେ, , ବର୍ତମାନ ପରିସ୍ଥିତି ରେ ଦୁର୍ଘଟଣା ଠାରୁ ଆରମ୍ଭ କରି ଶିଶୁ ପ୍ରସବ ସମୟରେ ରକ୍ତ ଅଭାବ ଯୋଗୁ ମୁର୍ତ୍ତୃ ମୁଖରେ ପଡୁଛନ୍ତି, ଫଳରେ ରକ୍ତ ନିତ୍ୟାନ୍ତ ଦରକାର ହେଉଛି, ଉପଯୁକ୍ତ ଗ୍ରୁପ ର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି, ରକ୍ତ ଦାତା କୁ ପ୍ରୋତ୍ସାହିତ କରିବା ପାଇଁ ବିଜୁ ଜନତା ଦଳ ଓ ଛାତ୍ରଛାତ୍ରୀ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟ୍ୟପିକା ଯୋଗଦେଇ କାର୍ୟ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ |



Visitors Today : 0
Total Visitors : 130422
Total Views : 9891952
Visitors Online Now : 0