ଶିକ୍ଷୟତ୍ରୀ ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡ ର ଏକମାସ ପରେବି ରାଜ୍ୟ ସରକାର ଚୁପ ରହିବା ଏହି ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ପ୍ରମାଣ ଆସିବା ପରେବି ରାଜ୍ୟ ସରକାର କାହିଁକି ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରୁନାହାନ୍ତି ଏହା ସାରା ରାଜ୍ୟ ବାସିଙ୍କୁ ବ୍ୟଥିତ କରିଛି।ଯାହାର ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପି କଂଗ୍ରେସ ଦଳ ପକ୍ଷରୁ ଛ ଘଣ୍ଟିଆ ହରତାଳ ଓ ବିକ୍ଷଭ ହେଉଥିବା ବେଳେ ରାଜକନିକା ରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି।ରାଜକନିକା ବ୍ଲକ କଂଗ୍ରେସ କାର୍ଯ୍ୟଳୟରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ କର୍ମୀ ମାନେ ଅଶୋକ ବଜାର, ଚନ୍ଦନପୋଖରୀ ଛକ,କଣ୍ଟପଡା ବଜାର ଓ ଥାନା ଛକ ଦେଇ ପୁଣି କଂଗ୍ରେସ କାର୍ଯ୍ୟାଳୟରେ ପହଁଚି ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁଳିକା ଦା ହ କରାଯାଇଥିବା ଦେଖିବାକୁ ମିଳିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0