ଆଜି ସକାଳେ ନୂଆଦିଲ୍ଲୀ ରେଳବାଇ ଷ୍ଟେସନ୍ ଛାଡ଼ିବାର କିଛି କ୍ଷଣ ପରେ ଝାନ୍ସୀ ଅଭିମୁଖେ ଯାଉଥିବା ‘୦୪୦୬୨ ତାଜ୍ ସୁପର୍ ଫାଷ୍ଟ୍ ଏକ୍ସ୍ପ୍ରେସ୍’ର ଗୋଟାଏ ଶୀତତାପନିୟନ୍ତ୍ରିତ କୋଚ୍ରେ ଛୋଟଧରଣର ଅଗ୍ନିକାଣ୍ଡ ଘଟିଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି। ‘ତାଜ୍ ସୁପର୍ ଫାଷ୍ଟ୍ ଏକ୍ସ୍ପ୍ରେସ୍’ ସକାଳ ୬.୫୬ରେ ନୂଆଦିଲ୍ଲୀ ଛାଡ଼ିବାର ପ୍ରାୟ ୫୦ କିଲୋମିଟର୍ ପରେ ହରିୟାଣାର ଆଶାବତୀ ରେଳବାଇ ଷ୍ଟେସନ୍ରେ ସକାଳ ୭.୪୦ରେ ଉପରୋକ୍ତ କୋଚ୍ରେ ନିଆଁ ଲାଗିଯାଇଥିଲା। ଉତ୍ତରାଞ୍ଚଳ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି, ବ୍ରେକ୍ ବ୍ଲକ୍ ଜାମ୍ ଧରି ଯାଇଥିବାରୁ ଧୂଆଁ ଉଠିଥିଲା। ହଜ୍ରତ୍ ନିଜାମୁଦ୍ଦିନ ଓ ପାଲୱାଲ୍ ସେକ୍ସନ୍ ମଧ୍ୟରେ ଥିବା ଆଶାବଦୀ ରେଳବାଇ ଷ୍ଟେସନ୍ରେ ଟ୍ରେନ୍ଟିକୁ ଅଟକାଇବା ପରେ ଜଳୁଥିବା ନିଆଁ ଲିଭା ଯାଇଥିଲା। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0